Anchor,ରଥ ସଂହିତା ଅନୁସାରେ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଆରମ୍ଭ ଓ ଭଉଁରୀ ଦିନ ତିନି ରଥର ଅଖ ଚକ ସଂଯୋଗ ନୀତି ଅନୁଷ୍ଠିତ ହେବାକୁ ଥିବାବେଳେ ସ୍ନାନପୂର୍ଣ୍ଣିମା ଦିନ ତିନି ରଥର ୪ ନାହାକା ଉଠିବା ପରମ୍ପରା ରହିଛି । ସେପଟେ
ରଥଖଳାର ଚତୁଃପାର୍ଶ୍ଵକୁ ଧଳା କପଡ଼ା ଗୁଡାଯାଇ ରଥ ନିର୍ମାଣ କାର୍ଯ୍ୟ କରାଯାଉଛି। ପ୍ରାଥମିକ ଭାବରେ ତିନି ରଥ ପାଇଁ ୪୨ ଗୋଟି ଚକର ଆବଶ୍ୟକତା ଥିବାବେଳେ ୪୨ଟି ତୁମ୍ବର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି ବିଶ୍ଵକର୍ମା ଓ କରତ ସେବାୟତ ସେହିପରି ରଥ ନିର୍ମାଣରେ ସମ୍ପୃକ୍ତ ସମସ୍ତ ସେବାୟତ ମନେ ଅତ୍ୟନ୍ତ ନିଷ୍ଠାର ସହ ଶୁଦ୍ଧପୁତ ଭାବରେ ରଥନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି । ସାଧାରଣ ଲୋକଙ୍କଠାରୁ ରଥଖଳାକୁ ଦୂରରେ ରଖୁବା ପାଇଁ ସମଗ୍ର ରଥଖଳାକୁ ଧଳାକପଡ଼ା ଦ୍ଵାରା
ଆବୃତ କରାଯାଇଛି ଆସନ୍ତୁ ଦେଖିବା ପୁରୀ ରଥ ଖଳାରେ କିପରି ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟକ୍ରମ