sabudinatv

Sponser

ବେସରକାରୀ ହାତରେ ସ୍ଵାସ୍ଥ୍ୟ ସେବା ବେତନ ନ ମିଳିବାରୁ ଧାରଣା ରେ ବସିଲେ ଆଶା କର୍ମୀ ||

କଟକ ମହାନଗର ନିଗମ ୫୯ ନମ୍ବର ୱ।ର୍ଡ଼ରେ ଥିବା ବମ୍ଫକୁଦ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ କାର୍ଯ୍ୟ କରୁଥିବା ୩୦ ଜଣ ଆଶା କର୍ମଚାରୀ ଏକତ୍ରିତ ହୋଇ ନିଜର ଦାବିକୁ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ସମୁଖରେ ଧାରଣା ଦେଇଥିଲେ ।
ଦୀର୍ଘ ଦିନ ହେବ ବେତନ ନ ମିଳିବାରୁ ମେଡିକାଲ ଆଗରେ ଧାରଣା ଦେଲେ ଆଶା କର୍ମୀ || କଟକ – ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ଫୁଲ ନଖରା ନିକଟ ବମ୍ପକୁଦ ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ର ରେ ନାହାନ୍ତି ମେଡିକାଲ ଅଫିସର ଏନେଇ କଟକ CDMO ଙ୍କୁ ଲିଖିତ ଅଭିଯୋଗ କରିଥିଲେବି କୌଣସି ସୁଫଳ ମିଳିନାହିଁ। ଏହି ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଟି ବେସରକାରୀ ଅଧୀନରେ ପରିଚାଳିତ ହେଉ ଥିବାରୁ ବିଭିନ୍ନ ସମସ୍ୟା ଦେଖା ଦେଇଛି ଯାହା ଫଳରେ ଏଠାରେ କାର୍ଯ୍ୟ କରୁଥିବା ଆଶା କର୍ମୀ ମାନଙ୍କ ଦରମା ଠିକ ସମୟରେ ମିଳିପାରୁନାହିଁ ଯାହା ଆଜି ଧାରଣା ରୁ ଜଣା ପଡ଼ିଛି ।ଖବର ପାଇ ସିଏମସି ୫୯ ନମ୍ବର ୱ।ର୍ଡ଼ କର୍ପୋରେଟର ମମତା ମହାନ୍ତି ପହଞ୍ଚି ଧାରଣାରେ ବସିଥିବା ଆଶା କର୍ମଚାରୀ ମାନଙ୍କର ସମସ୍ୟା ପଚାରି ବୁଝିଥିଲେ । ଏସଂପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ପାଇଁ ପ୍ରତିଶ୍ରୁତି ଦେବାରୁ ଆଶା କର୍ମଚାରୀ ମାନେ ଧାରଣାରୁ ଉଠିଥିଲେ । ଆରତୀ ମହାନ୍ତି, ବିନତା ରାଉତ, ଝୁନୁଲତା ବେହେରା , ସୌଭାଗିନୀ ବରାଳ, ଉର୍ମିଳା ଦଳାଇଙ୍କ କହିବା କଥା
ବମ୍ପକୁଦ ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ର କୁ ସରକାରୀ ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ର ରେ ସାମିଲ କରିବାକୁ ବାରମ୍ବାର ଅଭିଯୋଗ ହେଉଥିଲେବି ଜିଲ୍ଲା ଚିକିତ୍ସା ବିଭାଗ କର୍ଣପାତ ନ କରି ବେସରକାରୀ ହାତକୁ ଟେକି ଦେଇ ଛନ୍ତି ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ରକୁ || ଏଠାରେ ସାଧାରଣରେ ପ୍ରଶ୍ନ ଉଠୁଛି ଯଦି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଏମିତି ବେସରକାରୀ ହାତରେ ଚାଲିବ ତେବେ ସାଧାରଣ ଲୋକ ମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା କେମିତି ଦୂରୀଭୂତ କରାଯିବ ||

Leave a Comment

Your email address will not be published. Required fields are marked *

Scroll to Top